27.1 C
Bhubaneswar
Wednesday, March 25, 2026
Homeଓଡିଶାବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର: ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ରଘୁନାଥ ମହାନ୍ତି ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ । ବିଜେଡିର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ହେଲେ  ୨୦୧୯ରେ ବିଜେଡି ଛାଡି ଭାଜପାରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ପରାଜୟ ହୋଇଥିଲେ ।ଅନ୍ୟପଟେ ଜୀବନ ପ୍ରଦୀପ ଦାସଙ୍କ ବିଷୟରେ କହିବାକୁ ଗଲେ ସେ ପୂର୍ବରୁ ବିଜେଡି ଟିକେଟରେ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking