27.1 C
Bhubaneswar
Wednesday, March 25, 2026
Homeଓଡିଶାଗଞ୍ଜାମରେ ଆରମ୍ଭ ହେଲା “ସାଗର କବଚ”

ଗଞ୍ଜାମରେ ଆରମ୍ଭ ହେଲା “ସାଗର କବଚ”

ଗଞ୍ଜାମ: ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ସାଗର କବଚ ସମରଭ୍ୟାସ ।  ସାଗର କବଚ ହେଉଛି ଉପକୂଳ ସୁରକ୍ଷା ପାଇଁ ଏକ ପ୍ରମୂଖ ମିଳିତ ସମର ଅଭ୍ୟାସ । ସମୁଦ୍ର ପଥରେ ହେଉଥିବା ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମର ଅଭ୍ୟାସ । ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା, ଚମାଖଣ୍ଡି ପୁଲିସ, କୋଷ୍ଟଗାର୍ଡ ପକ୍ଷରୁ ଏହି ସମରଭ୍ୟାସ କରାଯାଉଛି ।ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ପହରା କରାଯାଉଛି । ସୂଚନା ଥାଉକି ୨୬/୧୧  ମୁମ୍ବାଇ ଆକ୍ରମଣରେ ଜଳପଥ ଦେଇ ଆସିଥିଲେ ପାକିସ୍ତାନୀ ଆତଙ୍କବାଦୀ । ସେଥିପାଇଁ ଜଳପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking