25.1 C
Bhubaneswar
Wednesday, March 25, 2026
Homeଓଡିଶାସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ ଉତ୍ସବ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ ଉତ୍ସବ

ନାଟକ “ସକାଳର ଅପେକ୍ଷାରେ” ଦର୍ଶକଙ୍କୁ ବାନ୍ଧି ରଖିଲା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନ୍ତର୍ଗତ ସାଂସ୍କୃତିକ ଓ କ୍ରୀଡା ସଂସଦ ତରଫରୁ ଆୟୋଜିତ ୩ ଦିନିଆ ବାର୍ଷିକ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ଦିବସର ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ,ସମ୍ମାନିତ ଅତିଥି ଭାବେ ମାହାଲ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଦ୍ଵିତୀୟ ଦିବସ ଉତ୍ସବର ଶୁଭାରମ୍ଭ କରି ଅଭିଭାଷଣ ରଖିଥିଲେ l ନୃତ୍ୟ, ସଂଗୀତ ଓ ନାଟକ ଆଦି କର୍ମକ୍ଲାନ୍ତ ଜୀବନକୁ ହାଲୁକା କରିଥାଏ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ l ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ସମୟରେ ସାମାଜିକ କଲ୍ୟାଣମୂଳକ, କ୍ରୀଡା କାର୍ଯ୍ୟକ୍ରମ ଆଦି ଆୟୋଜନ କରୁଥିବା ସହ ପ୍ରତିବର୍ଷ ବାର୍ଷିକ ଉତ୍ସବରେ ନାଟକ ପରିବେଷଣ କରି ରାଜ୍ୟର ନାଟକ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ସକରାତ୍ମକ କର୍ମ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ଅତିଥିମାନେ ପ୍ରକାଶ କରିଥିଲେ l

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂସଦର ବାର୍ଷିକ ପତ୍ରିକା ‘ସତୀର୍ଥ’ ଉନ୍ମୋଚିତ ହୋଇଥିଲା l ଏଥି ସହିତ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l କାର୍ଯ୍ୟକାରୀ ସଭାପତି ଶ୍ରୀ ଅମୀୟ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂସଦର ସାଧାରଣ ସମ୍ପାଦକ ଶ୍ରୀ ନଳିନୀକାନ୍ତ ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ lଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ କଳାକାରମାନଙ୍କ ଦ୍ୱାରା ଅଭିନୀତ ସାମାଜିକ ଓ ସଂସ୍କାରମୂଳକ ନାଟକ “ସକାଳର ଅପେକ୍ଷାରେ ” ମଞ୍ଚସ୍ଥ ହୋଇଥିଲା ଏବଂ ନାଟକର ବିଷୟ ବସ୍ତୁ ଓ କଳାକାରମାନଙ୍କ ଅଭିନୟ ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା lଏହି କାର୍ଯ୍ୟକ୍ରମରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଦର୍ଶକ, ସଂସଦର ସଦସ୍ୟ ସଦସ୍ୟା ସପରିବାର ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ । କ୍ରୀଡା ସମ୍ପାଦକ ଶ୍ରୀ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking