31.1 C
Bhubaneswar
Tuesday, March 24, 2026
Homeଓଡିଶାସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଲେ ନବୀନ । ଏସସିବି ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନ ଆସିବା ଏହା ଏକ ଦୁଃଖର କଥା ବୋଲି କହିଛନ୍ତି ନବୀନ । ଏପଟେ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ଚଳାଇ ଦେଉନାହାନ୍ତି ଗୃହ । ବାଚସ୍ପତି ଏନେଇ ବାରମ୍ବାର ସର୍ବଦଳୀୟ ବୈଠକ ଡାକିଲେ ହେଁ , ବୈଠକ ଫେଲ ମାରିଛି । ସମାନ ଢଙ୍ଗରେ ପ୍ରତିବାଦ, ବିକ୍ଷୋଭ କରୁଛନ୍ତି ବିରୋଧୀ । ତେବେ ବଡ କଥା ହେଉଛି  ଯଦି ଏଭଳି ଗୃହ ନ ଚାଲେ, ବାରମ୍ବାର ମୁଲତବୀ ହୁଏ, ତେବେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେବ କିପରି । ଏଭଳି ପେନ ପେପରେ କଣ ପ୍ରଶ୍ନ ସୀମୀତ ରହିବ ନା ଏହାର କିଛି ନିଷ୍କର୍ଶ ବାହାରିବ ତାହା ଏବେ ବଡ ପ୍ରଶ୍ନ । ନବୀନ କେବଳ ଆଜି ନୁହେଁ , ପୂର୍ବରୁ ମଧ୍ୟ ବହୁଥର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି । ସୂଚନା ଥାଉକି, ଏସସବି ମେଡିକାଲର ଆଇସିୟୁ ଟ୍ରମା ସେଣ୍ଟରରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ ପ୍ରାୟ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଏଯାଏଁ ବିଧାନସଭାରେ ତାତି ଦେଖାଦେଇଛି । ଥମିବାର ନା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking