25.1 C
Bhubaneswar
Sunday, March 22, 2026
Homeଓଡିଶାପାରଳାଖେମୁଣ୍ଡି ସବୁଠାରୁ ଅଧିକ ଉତ୍ତପ୍ତ ସହର

ପାରଳାଖେମୁଣ୍ଡି ସବୁଠାରୁ ଅଧିକ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ଓଡ଼ିଶାରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସବୁଠାରୁ ଉତ୍ତମ ସହର ଭାବେ ଦିନର ସର୍ବାଧିକ ତାପମାତ୍ରା ୩୫.୬ଡିଗ୍ରି ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗରୁ ଜାରି ଦୈନିକ ବୁଲେଟିନ୍‌ର ତଥ୍ୟାନୁସାରେ, ଗତ କିଛି ଦିନ ଧରି ରାଜ୍ୟରେ ଜାରି ରହିଥିବା ଗରମ ଆଜି ୫ରୁ ୮ଡିଗ୍ରି ସେଲିଅସ୍‌ କମ୍‌ ରହିଛି। ଯାହା କେତେକ ସ୍ଥାନରେ ସ୍ବାଭାବିକ ଠାରୁ ୪ରୁ ୫ଡିଗ୍ରି କମ୍‌ ରହିଥିବା ବେଳେ କେତେକ ସ୍ଥାନରେ ୨ରୁ ୩ଡିଗ୍ରି କମ୍‌ ରହିଛି। ସେହିଭଳି, ଦିନର ସର୍ବନିମ୍ନ ତାପମାତ୍ରାରେ ମଧ୍ୟ କେତେକ ସ୍ଥାନରେ ୨ ଡିଗ୍ରି ହ୍ରାସ ପାଇଥିବା ବେଳେ କେତେକ ସ୍ଥାନରେ ୨ରୁ୪ଡିଗ୍ରି ବୃଦ୍ଧି ପାଇଛି। ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିର କେତେକ ସ୍ଥାନରେ ବର୍ଷା ସହ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ହଳଦିଆ ସତର୍କତା ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking