ଭୁନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବର୍ଷିଲେ କଟକ ମେୟର ସୁବାଷ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ । କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ ।ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ । ଏମାନେ ଯେଭଳି ବିଶ୍ୱାସଘାତକ କରିଛନ୍ତି । ରାଜ୍ୟବାସୀ କେବେ କ୍ଷମା ଦେବେନି । ଆଗକୁ ଏମାନେ ଖତ ହୋଇଯିବେ କହିଲେ ସୁବାସ ସିଂ । କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସୀ କଥା କହୁଛନ୍ତି ।










