ପୁରୀ: ମାଛ ବ୍ୟବସାୟୀଙ୍କର ମିଳିଲା ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଖଣ୍ଡାସାହି ଅଞ୍ଚଳରୁ ମୃତଦେହ ମିଳିଛି । ମୃତ ବ୍ୟବସାୟୀ ହେଲେ ବାପି ଜେନା । ଗଛ ମୂଳରୁ ତାଙ୍କର ବାଇକ୍ ଜବତ କରାଯାଇଛି ।ବ୍ୟବସାୟୀ ଜଣକ ତାଙ୍କ ମୋଟର ସାଇକେଲ ନେଇ ସେଠାରେ ଥିବା ଏକ ନିମ ଗଛ ମୂଳରେ ଥୋଇ ରସିରେ ଝୁଲି ପଡ଼ିଥିଲେ। ସମ୍ପର୍କୀୟ ମାନେ ବ୍ୟବସାୟୀ ବାପି ଜେନାଙ୍କ ମୃତଦେହକୁ ଗଛରୁ ଖୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି l ତେବେ କେଉଁ ପରିସ୍ଥିତିରେ ବ୍ୟବସାୟୀଙ୍କର ମୃତ୍ୟୁ ହେଲା। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଛି, ତାହା ସନ୍ଦେହ ସୃଷ୍ଟି କରିଛି l










