30.1 C
Bhubaneswar
Saturday, March 21, 2026
Homeଓଡିଶାଆଜି ମୁସଲମାନଙ୍କ ବଡ ପର୍ବ ଇଦ୍

ଆଜି ମୁସଲମାନଙ୍କ ବଡ ପର୍ବ ଇଦ୍

ଭୁବନେଶ୍ୱର: ଆଜି ହେଉଛି ମୁସଲମାନଙ୍କ ବଡ ପର୍ବ ଇଦ । ଏଥିପାଇଁ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଛି । ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ମସଜିଦ ଓ ଇଦଗାହ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏକ ମାସ ରୋଜା ରଖିବା ପରେ ଆସିଥାଏ ପବିତ୍ର ଇଦ । ଗଙ୍ଗବେରଙ୍ଗ ଆଲୋକମାଳାରେ ମସଜିଦଗୁଡିକୁ ସଜ୍ଜିତ କରାଯାଇଛି । ଇଦ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁସଲମାନମାନେ ନିଷ୍ଠାପର ସହ ଏକ ମାସ କାଳ ଉପବାସ କରିଆସୁଥିବା ବେଳେ ପାରମ୍ପରିକ ପ୍ରଥା ଅନୁସାରେ ରମଜାନ ଶେଷ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗିଥାନ୍ତି । ଏହା ପରେ ଆରମ୍ଭ ହୁଏ ଇଦ ପର୍ବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking