34.1 C
Bhubaneswar
Friday, March 20, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ବିରୋଧୀଙ୍କ ହୋହଲ୍ଲା ଭିତରେ ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗୃହ କାର୍ଯ୍ୟ ଆରମ୍ଭରୁ ଶେଷ ଯାଏଁ ଏସସିବି ପୋଡି ଓ ମୃତାହତକୁ ପ୍ରସଙ୍ଗରେ କମ୍ପୁଛି ବିଧାନସଭା । ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ , ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା ଅନୁସୂଚିତ ଉନ୍ନୟନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଓଡିା ଭାଷା ସାହିତ୍ୟ ସଂସ୍କୃତି ବିଭାଗର ରହିଛି ପ୍ରଶ୍ନକାଳ । ସେପଟେ ଗୃହର ନିର୍ମାଣ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା । ଏହାରି ଭିତରେ ବିରୋଧୀ ହାତରେ ପ୍ଲାକାର୍ଡ ଧରି ଏସସିବି ପୋଡି ଘଟଣାରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାଚସ୍ପତି ସୁରମାପାଢୀ ବିରୋଧୀଙ୍କୁ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିବା ସତ୍ତ୍ୱେ ଖାତିର କରିନଥିଲେ । ଆହୁରି ହୋହଲ୍ଲା କରିଥିଲେ ।ଏନେଇ ଗୃହକୁ ୧୧ଟା ୩୦ ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking