ପଟ୍ଟାମୁଣ୍ଡାଇ: ଭୋଜି ପାଇଁ ହୋଇଥିଲା ଡାଲମା । ଲୋକେ ବି ପେଟପୂରା ଖାଇଲେ । ମାଗି ମାଗି ଖାଇଲେ । ହେଲେ ଖାଇ ସାରିଲା ପରେ ଯାହା ଘଟିଲା ତାହା ଦେଖି ସମସ୍ତଙ୍କ ଅକଲ ଗୁଡ଼ୁମ । ଡାଲମାରୁ ବାହାରିଲା ମଲା ସାପ । ଯାହାକୁ ନେଇ ଲୋକେ ଛାନିଆ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟିର ୧୦ ନଂ ୱାର୍ଡରେ ଏଭଳି ଅଘଟଣ ଘଟିଛି । ସବୁଠାରୁ ବଡ଼ କଥା ହେଉଛି ଡାଲମାରୁ ସାପ ବାହାରିବା ପରେ ଲୋକ ଭୟଭୀତ ହୋଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ୪୦ରୁ ଊଦ୍ଧ୍ୱର୍ ଲୋକ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ଭାଗବତ ସପ୍ତାହ ପାଇଁ ଡାଲମା ପ୍ରସ୍ତୁତ ହୋଇଥିବାବେଳେ ସେଥିରୁ ମଲା ସାପ ବାହାରିଥିଲା ।










