ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦାରା ସିଂହର ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ମାମଲାରେ ଓଡ଼ିଶା ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିଛନ୍ତି।ଆଡଭୋକେଟ୍ ଜେନେରାଲ୍ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ଦାରା ସିଂହର ଆଗାମୀ ମୁକ୍ତି ନେଇ ଜିଲ୍ଲା ପ୍ରଶାସନ ଏବଂ ଜେଲ୍ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ରିପୋର୍ଟକୁ ବର୍ତ୍ତମାନ ତର୍ଜମା କରାଯାଉଛି।ରାଜ୍ୟ ସରକାରଙ୍କ ପକ୍ଷ ଏବଂ ଯୁକ୍ତି ଶୁଣିବା ପରେ ରିଭ୍ୟୁ ବୋର୍ଡର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମେ’ ୧୩ ତାରିଖ ଯାଏଁ ସମୟ ପ୍ରଦାନ କରିଛନ୍ତି। ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୩ ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।










