33.1 C
Bhubaneswar
Wednesday, March 18, 2026
Homeଓଡିଶାଓଡିଶା ବାସୀଙ୍କ ହିତରେ ଟ୍ରଷ୍ଟ, କାହିଁକି ଗୋପନ ରଖାଯାଇଥିଲା: ଶ୍ରୀମୟୀ

ଓଡିଶା ବାସୀଙ୍କ ହିତରେ ଟ୍ରଷ୍ଟ, କାହିଁକି ଗୋପନ ରଖାଯାଇଥିଲା: ଶ୍ରୀମୟୀ

ଭୁବନେଶ୍ୱର: ଟ୍ରଷ୍ଟ ନେଇ ନବୀନଙ୍କ ସ୍ପଷ୍ଟୀକରଣ ପରେ ପୁଣି ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର । ଯଦି ଓଡିଶା ବାସୀଙ୍କ ହିତରେ ଟ୍ରଷ୍ଟ , ତାହାହେଲେ କାହିଁକି ଗୋପନ ରଖାଯାଇଥିଲା । ଟ୍ରଷ୍ଟରେ ଥିବା ତ୍ରିମୂର୍ତ୍ତିଙ୍କ ସମ୍ପର୍କରେ କାହିଁକି କିଛି କହିଲେ ନାହିଁ । କେବଳ ସେହି ୩ ଜଣ ଟ୍ରଷ୍ଟର ଆଜୀବନ ସଦସ୍ୟ କାହିଁକି । ତାମିଲଭଣ୍ଡ ସନ୍ନାସୀଙ୍କ ହାତରେ ସବୁକିଛି ଟେକି ଦେବା କେଉଁ ଓଡିଆର ପରିଚୟ । ଅନପଟେ ଗତକାଳି ପ୍ରମିଳା ମଲ୍ଲିକ ଟ୍ରଷ୍ଟ କିଛି ନଥିବା କହି ଖଣ୍ଡନ କରିଥିବା ବେଳେ ଆଜି ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ରଖି କହିଛନ୍ତି, ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ । ବିଜ୍ଞାନର ପ୍ରଚାର ପ୍ରସାର ପାଇଁ କଳିଙ୍ଗ ୟୁନେସ୍କୋ ପୁରସ୍କାର ଦାନ କରିଥିଲେ । ମୁଁ, ମୋ ଭାଇଭଉଣୀ କଟକ ଆନନ୍ଦ ଭବନକୁ ଓଡିଶାବାସୀଙ୍କୁ ଦାନ କରିଥିଲୁ । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛେଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ଏହି ଟ୍ରଷ୍ଟକୁ ଆସିବ ନାହିଁ ସ୍ପଷ୍ଟ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking