ଭୁବନେଶ୍ୱର: ମୋହନ ସରକାରଙ୍କ ଘୋର ଅବ୍ୟବସ୍ଥା ଯୋଗୁଁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜର ଆଇସିୟୁରେ ଚିକିତ୍ସିତ ହେଉଥିବା ୧୨ ଜଣ ରୋଗୀଙ୍କ ମର୍ମତୁନ୍ଦ ମୃତ୍ୟୁ ଘଟିଥିଲା । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଘଟିଥିବା ସ୍ଥାନ ନିରିକ୍ଷଣ କରି ପ୍ରେସକୁ ବିବୃତ୍ତି ଦେଇ କହିଲେ ଯେ ଯାହା ଜଣାପଡ଼ୁଛି ଏହି କୋଠା ଅନେକ ଦିନରୁ ନିର୍ମାଣ ହୋଇଥିଲା । ଆଇସିୟୁରେ ବିଭିନ୍ନ ଜଟିଳ ଧରଣର ମେସିନ କାର୍ଯ୍ୟକାରୀ ହୋଇଥାଏ ଏବଂ ସେଥିପାଇଁ ମଜବୁତ ବିଜୁଳିକରଣର ଆବଶ୍ୟକତା ରହିଥାଏ । ଏହାଛଡ଼ା ଯେଉଁ ଏସିଗୁଡ଼ାକୁ ଲାଗିଛି ତାହା ୨୪ ଘଂଟା କାର୍ଯ୍ୟ କଲାଭଳି ଏସି ନୁହେଁ । ତେଣୁ ତାହା ଅତିଶୀଘ୍ର ଗରମ ହୋଇଯାଇଥାଏ । ସୁରକ୍ଷା ତତ୍ୱାବଧାନରେ ଅବହେଳା ଏହି ଅଗ୍ନକାଣ୍ଡର ମୁଖ୍ୟ କାରଣ ।
ଡାକ୍ତରଖାନା ଆଇସିୟୁ ଏକ ସ୍ପର୍ଷକାତର ବିଭାଗ । ଏହାକୁ ଉଚ୍ଚବିଭାଗୀୟ ଅଧିକାରୀ ପ୍ରତି ୩ ମାସରେ ଥରେ ଏବଂ ସେକ୍ରେଟାରୀ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷା ପରିଦର୍ଶନ କରିବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏଥିରେ ସଂଶ୍ଳିଷ୍ଟ ଥିବା ସମସ୍ତ ପ୍ରଯୁକ୍ତି କୌଶଳ ତଥା ବିଜୁଳି କରଣର ତତ୍ୱାବଧାନ ନିହାତି ଆବଶ୍ୟକ । ଆମେ ଦେଶ ଆଧୁନିକ ଦେଶ ବୋଲି ବର୍ତ୍ତମାନ ପରିଚୟ ପାଇଛି ବୋଲି କହୁଛୁ କିନ୍ତୁ ଆଇସିୟୁରେ ଅଗ୍ନିକାଣ୍ଡ ଘଟି ଜୀବନ ହାନି ହେବା ଅତ୍ୟନ୍ତ କ୍ଷୋଭର ବିଷୟ । ଏଥିରେ ଡାକ୍ତରଖାନା ଅଧିକ୍ଷକଙ୍କୁ ଅତିଶୀଘ୍ର ଅବ୍ୟାହତି ଦିଆଯାଉ । ମୁଁ ଶୁଣୁଛି ସେ କାହାରି ଫୋନ ଉଠାଉ ନାହାନ୍ତି ପରିଦର୍ଶନରେ ଆସିଲେ ସେ ଆସି ନିଜ ବକ୍ତବ୍ୟ ଉପସ୍ଥାପନ କରିବାକଥା କିନ୍ତୁ ସେ କରୁ ନାହାନ୍ତି । ଶୁଣାଯାଉଛି ଅଧିକ୍ଷକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବଡ଼ଲୋକ । ମୁଖ୍ୟମନ୍ତ୍ରୀ ତାଙ୍କୁ ଅତିଶୀଘ୍ର ନିଲମ୍ବିତ କରି ଅନ୍ୟ ଦାୟୀତ୍ୱବାନ ଅଧିକାରୀଙ୍କୁ ନିଯୁକ୍ତି କରନ୍ତୁ । ଡାକ୍ତରଖାନାରେ ଅଗ୍ନିସୁରକ୍ଷା ବ୍ୟବସ୍ଥା ନାହିଁ ଏହାଏକ ଅପରାଧିକ ବ୍ୟବହାର ବୋଲି ଧରାଯିବ । କଟକ ଭଳିଆ ସହର ତଥା ରାଜ୍ୟର ଏକ ପ୍ରତିଷ୍ଠିତ ମେଡିକାଲ କଲେଜକୁ ଦମକାଳ ବାହିନୀ ୪୫ମିନିଟ ବିଳମ୍ବରେ ପହଞ୍ôଚବାର କାରଣ କଣ? ଯେଉଁମାନେ ଏହି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ । ସରକାରଙ୍କ ଅବହେଳା ଏବଂ ଦାୟିତ୍ୱହୀନତା ଯୋଗୁଁ ୧୨ ଜଚ୍ଚଙ୍କ କରୁଣ ମୃତ୍ୟୁ ଘଟିଛି । ତେଣୁ ପ୍ରତ୍ୟେକ ରୋଗୀଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଉ ବୋଲି ସଭାପତି ଶ୍ରୀ ଦାସ ଦାବି କରିଛନ୍ତି ।










