26.1 C
Bhubaneswar
Tuesday, March 17, 2026
Homeଓଡିଶାମୋତେ ଘରୁ ଉଠାଇ ନେଇଥିଲେ: ରମାକାନ୍ତ

ମୋତେ ଘରୁ ଉଠାଇ ନେଇଥିଲେ: ରମାକାନ୍ତ

ଭୁବନେଶ୍ୱର: କ୍ରସ ଭୋଟିଂ କରିଥିବା ରମାକାନ୍ତ ଭୋଇଙ୍କ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ମୋତେ ଘରୁ ଅପରାଧୀ ପରି ଉଠାଇ ନେଇଥିଲେ କହିଲେ ରମାକାନ୍ତ ଭୋଇ । ମୋ ଘରକୁ ୪ ଜଣ ବିଧାୟକ ଆସିଥିଲେ, ମୋତେ ନେଇଗଲେ । ଘରୁ ନେବାବେଳେ ଏସକର୍ଟ କରି ଗାଡିରେ ନବୀନ ନିବାସ ନେଲେ । ରାତି ୧୦ଟା ପରେ ଘରକୁ ବାହାରିବାରୁ ମୋତେ ଛାଡିଲେନି । ରାତି ୧୨ଟା ହେଲା , ତଥାପି ମୋତେ ନବୀନ ନିବାସରୁ ଛଡାଗଲାଣି । ମୁଁ କହିଲି, ଆପଣଙ୍କର ଭୋଟ ଦରକାର ନା ନବୀନ ନିବାସରେ ରହିବା ଦରକାର । ଯଦି ମୋତେ ନଛାଡିବ ମୁଁ ଆପଣଙ୍କୁ ଭୋଟ ଦେବିନି କହିଥିଲି । ଘରୁ ଜବରଦସ୍ତ ଉଠାଇ ନେବା, ରାତିରେ ନ ଛାଡିବାରୁ ନିରାଶ ହୋଇଥିଲି । ଯଦି ଜିତିବାର ଥିଲା, କାହିଁକି ୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା ।ଦତ୍ତେଶ୍ୱରଙ୍କୁ ପ୍ରାର୍ଥୀ କରିବା ପାଇଁ ବିଧାୟକଙ୍କ ସହ ଆଲୋଚନା ହୋଇ ନଥିଲା । କାହିଁକି ଦଳର କୋର କମିଟି ସଦସ୍ୟଙ୍କୁ ପ୍ରାର୍ଥନା କରାଗଲାନି । ମୋ ମନରେ ହୋଇଥିବା କଷ୍ଟ ଭୋଟରେ ପ୍ରତିଫଳିତ ହେଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking