ଭୁବନେଶ୍ୱର: କଂଗ୍ରେସରେ କ୍ରସ ଭୋଟିଂ ନେଇ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ସହ ବୁଝାମଣା ନେଇ ମୋ ସହ ପରାମର୍ଶ କରିନଥିଲେ । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେିନଥିଲେ ଭଲ ହୋଇଥାଆନ୍ତା । ହାରିଥିଲେ ବି ଆମ ବୋଟ ଏକଜୁଟ ବୋଲି ବାର୍ତ୍ତା ଯାଇଥାନ୍ତା । ଆଉ ଯଦି ବୁଝାମଣା କଲେ ଏକମନ ହୋଇ ଜିତିଥାନ୍ତେ । ସଭାପତି ଉଦ୍ୟମ କରିଛନ୍ତି, ସଫଳ ହୋଇ ନାହାନ୍ତି । ସମସ୍ତଙ୍କୁ ମ୍ୟାନେଜ କରିବା ଦାୟିତ୍ୱ ଦଳର ଥିଲା, ମାନେ ସଭାପତିଙ୍କର ଥିଲା । ୨୫ ବର୍ଷ ବିଜେଡି ଦ୍ୱାରା ଅତ୍ୟାଚାରିତ ହୋଇଥିଲେ, ଅସନ୍ତୋଷ ଝାଡିଲେ ।










