ରାୟଗଡା: ଓଲଟିଲା ପିକଅପ ଭ୍ୟାନ। ଦୁଇ ମୃତ, ୭ ଆହତ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ। ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।










