ଭୁବନେଶ୍ୱର: ଆଜି ଦିଲ୍ଲୀରୁ ଫେରିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟସଭା ନିର୍ବାଚନରେ ଭାଗ ନେବାକୁ ଆଜି ସନ୍ଧ୍ୟାରେ ସେ ଭୁବନେଶ୍ବର ଫେରିବେ। ଦିଲ୍ଲୀ ଏମ୍ସରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞଙ୍କ ଦ୍ବାରା ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଛନ୍ତି ସୁରେଶ ପୂଜାରୀ। ଗତକାଲି ତାଙ୍କୁ ହସ୍ପିଟାଲରେ ଭେଟିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ଦିଲ୍ଲୀ ଏମ୍ସ ମେଡ଼ିକାଲକୁ ଯାଇ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ।










