31.1 C
Bhubaneswar
Sunday, March 15, 2026
Homeଓଡିଶାନିର୍ବାଚନ ମୈଦାନରେ ୫ ଯୋଦ୍ଧା, ଚତୁର୍ଥ ଆସନରେ ହେବ ରୋଚକ ଲଢ଼େଇ

ନିର୍ବାଚନ ମୈଦାନରେ ୫ ଯୋଦ୍ଧା, ଚତୁର୍ଥ ଆସନରେ ହେବ ରୋଚକ ଲଢ଼େଇ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଯୋଦ୍ଧା। ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଉପରେ ଏବେ ସମସ୍ତଙ୍କର ନଜର ଅଟକିଛି। ଚତୁର୍ଥ ସିଟରେ ଦିଲ୍ଲୀପ ରାୟ ଓ ଦତ୍ତେଶ୍ବର ହୋତାଙ୍କ ଫାଇଟ୍ ଭିତରେ କାହାର ହେବ ଜିତାପଟ ? ଛକାପଞ୍ଛା ଭିତରେ କ୍ରସ୍ ଭୋଟିଂ ଓ ଘୋଡ଼ା ବେପାରର ଭୟ ବିରୋଧୀ ଶିବିରକୁ ଛାନିଆ କରିଛି। କଂଗ୍ରେସ ଓ ବିଜେଡିର କିଛି ବିଧାୟକଙ୍କ ହାବଭାବକୁ ନେଇ ସସପେନସ ବଢୁଛି। ବିଜେପି ଘୋଡ଼ା ବେପାର କରୁଥିବା ନବୀନଙ୍କ ଅଭିଯୋଗ ପରେ ତାଙ୍କ ଦଳର କିଛି ବିଧାୟକ କ୍ରସ ଭୋଟିଂ କରିବେ ଏକ ପ୍ରକାର ସ୍ପଷ୍ଟ। କ୍ରସ ଭୋଟିଂ ଡରରେ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଳୁରୁରେ ଡ଼େରା ପକାଇଥିବାବେଳେ ବିଜେଡି ନିଜ ବିଧାୟକଙ୍କ ଉପରେ ତୀକ୍ଷଣ ନଜର ରଖିଛି। ସେପଟେ ବିଜେପି ବିଧାୟକମାନେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଲିମ୍ ପାଇଁ ପାରାଦୀପରେ ଅଛନ୍ତି। ୨ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହ ୩ଟି ବସରେ ବିଧାୟକମାନେ ଗତକାଲି ପାରାଦୀପରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଅଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ଆଜି ପାରାଦୀପରେ ରାଜ୍ୟସଭା ଭୋଟ ନେଇ ଟ୍ରେନିଂ ନେବେ ସମସ୍ତ ବିଧାୟକ। ଆସନ୍ତାକାଲି ସକାଳେ ପାରାଦୀପରୁ ବାହାରି ସିଧା ଭୋଟ ଦେବାକୁ ଆସିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking