ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଜାରି କରିଛନ୍ତି ହ୍ୱିପ । ୧୬ରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ଦଳୀୟ ବିଧାୟକଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ବିଜେଡି , କଂଗ୍ରେସକୁ ଘୋଡା ବେପାର ଭୟ ଘାରିନି । ବିଜେପିକୁ ମଧ୍ୟ ଘାରିଛି । ଏପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରର ଏକ ରିସର୍ଟରେ ଯାଇ ରହିଛନ୍ତି । ଯାହାକି କଂଗ୍ରେସ ହ୍ୱିପ ଜାରି କରି କହିଥିଲା ୧୬ ତାରିଖ ଯାଏ ଭୁବନେଶ୍ୱର ଛାଡି ନ ଯିବାକୁ ହେଲେ କଂଗ୍ରେସ ହ୍ୱିପକୁ ଭଙ୍ଗ କରିଥିବା ଅଭିଯୋଗ ଅଣାଯାଇଛି । ବିଜେଡି ମଧ୍ୟ ଦଳୀୟ ବିଧାୟକଙ୍କୁ ହ୍ୱିପ ଜାରି କରିବା ସହ ଚିଠି ଲେଖି ତାଗିଦ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏଁ ଭୁବନେଶ୍ୱର ରେ ରହିବା ପାଇଁ କୁହାଯାଇଛି ।










