ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମାପାଢୀ ୧୨ ଟା ୧୦ ଯାଏଁ ଗୃହକୁ ମୁଲତବୀ କରିଛନ୍ତି । ରାଜ୍ୟରେ ଗ୍ୟାସ ଦର ବୃଦ୍ଧି, ଏଲପିଜି ସମସ୍ୟା, ସିଲିଣ୍ଡର ପାଇଁ ଜନତାଙ୍କ ରାତିଠୁ ଲମ୍ବା ଲାଇନ ଏସବୁ ସମସ୍ୟା କୁ ଭିତ୍ତି କରି ବିରୋଧୀ ନାରାବାଜି କରି ସରକାରଙ୍କୁ ଘେରିଛନ୍ତି । ଫଳରେ ସ୍ୱାଭାବିକ ଭାବେ ଚାଲିପାରିନଥିଲା ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୨ ଟା ୧୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ।କଂଗ୍ରେସ ସଦସ୍ୟ ମାନେ ହାତରେ ପ୍ଳାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହୋହାଲ୍ଲା କରି ନାରାବାଜି କରିଛନ୍ତି । ଅନ୍ୟପଟେ କଂଗ୍ରେସକୁ ମଧ୍ୟ ବିଜେଡି ସଦସ୍ୟ ସମର୍ଥନ କରି ନିଜ ଆସନରେ ରହି ପ୍ରତିବାଦ କରିଛନ୍ତି । ଏହାରି ଭିତରେ ଯଦିଓ କିଛି ସମୟ ପାଇଁ ପ୍ରଶ୍ନକାଳ ଚାଲିଥଲା, ତଥାପି ବିରୋଧୀ ନାରାବାଜି କରି ଗୃହକୁ ଚଳାଇ ଦେଇନଥିଲେ । ପୂର୍ବରୁ ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ ।










