31.1 C
Bhubaneswar
Tuesday, March 10, 2026
Homeଓଡିଶାମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ମାଆଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖାଦେଇଛି । ମା ତାରାତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ହୁଳୁହୁଳି, ଶଙ୍ଖ, ଘଣ୍ଟରେ କମ୍ପୁଛି ରତ୍ନଗିରି ପାହାଡ । ଭୋର ୪ଟା ସମୟରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତୀ ଭାସନ ଓ ତାଙ୍କ ପତ୍ନୀ ମନ୍ଦରରେ ପହଞ୍ଚି ପୂଜାର୍ଚ୍ଚନା କରି ପଞ୍ଚାମୃତ ହାଣ୍ଡିକୁ ମୁଣ୍ଡାଇ ବେଢା ପରିକ୍ରମା କରିଥିବା ବେଳେ ଜିଲାବାସୀଙ୍କ ମଙ୍ଗଳ କାମନା କରିଥିଲେ ଜିଲାପାଳ । ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪ଟା୩୦ରେ ସାହାଣ ମେଲା ହୋଇଥିଲା । ବର୍ତ୍ତମାନ ଭକ୍ତଙ୍କୁ ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ଦୁଇଭଉଣୀ ।

ରାତ୍ର ୩ଟା୩୦ରୁ ମୂଣ୍ଡନ କାର୍ଯ୍ଯ ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାର ଯୋଗୁଁ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଯାଇଛି । ଚୈତ୍ର ମଙ୍ଗଳବାରରେ ମା’ଙ୍କୁ ଦର୍ଶନ କରି ଭକ୍ତମାନେ ବେଶ ଖୁସି ଥିବା କହିଛନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ମୁଣ୍ଡନ କରିଛନ୍ତି ।ପାହାଡ ଉପରକୁ ସ୍ବତନ୍ତ୍ର ବସ, ରୋପୱେ ଓ ପାହାଛରେ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking