ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ମଧ୍ୟ ସୁରୁଖୁରୁରେ ବିଧାନସଭା ପ୍ରଶ୍ନକାଳ ଚାଲିଥିଲା ।ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ସୂଚନାଥାଉକି, ପୂର୍ବରୁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ଗୃହ କାର୍ଯ୍ୟ ଅଚଳ ରହିଥିଲ।। ବିରୋଧୀ ଗୃହରେ ହଟ୍ଟଗୋଳ କରିବା ଦ୍ୱାରା ବାରମ୍ବାର ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବୀ କରୁଥିଲେ ।










