26.1 C
Bhubaneswar
Monday, March 9, 2026
Homeଓଡିଶାମହିଳା ଦିବସରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ; ଫିନାଇଲ ପିଇ ଦେହରେ ନିଆଁ ଲଗାଇଦେଲେ

ମହିଳା ଦିବସରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ; ଫିନାଇଲ ପିଇ ଦେହରେ ନିଆଁ ଲଗାଇଦେଲେ

ରାୟଗଡ଼ା: ରବିବାର ସାରା ଦେଶ ଅନ୍ତର୍ଜାତୀୟ ମହିଳା ଦିବସକୁ ଉତ୍ସାହର ସହିତ ପାଳନ କରିଥିବା ବେଳେ ରାୟଗଡ଼ା ସଦର ମହକୁମାରେ ଜଣେ ମହିଳା ଆତ୍ମହୁତି ପାଇଁ ଉଦ୍ୟମ କରିଛନ୍ତି। ମହିଳା ଜଣକ ପ୍ରଥମେ ଫିନାଇଲ ପିଇବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଘଟଣା ସହରରେ ଚର୍ଚ୍ଚା ବିଷୟ ପାଲଟିଛି। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳ ୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରୁଛି। ସୂଚନା ଅନୁଯାୟୀ ରାୟଗଡ଼ା ସହରର ଇନ୍ଦିରାନଗର ଅଞ୍ଚଳର ଶୁଭଦ୍ରା ମାଝୀ ନାମକ ମହିଳା ଜଣକ ରବିବାର ଦ୍ୱିପହରରେ ରାୟଗଡ଼ା ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ନିକଟରେ ପ୍ରଥମେ ଫିନାଇଲ୍ ପିଇ ଦେଇ ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ମନ୍ଦିର କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଶରୀରର କିଛି ସ୍ଥାନ ପୋଡ଼ି ଯାଇଥିବା ଜଣାପଡ଼ିଛି। ମହିଳା ଜଣକ ଆରଏମସି କାର୍ଯ୍ୟାଳୟ ରେ ଡାଟାଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିଲେ। ତେବେ କେଉଁ କାରଣରୁ ସେ ଆତ୍ମାହୁତି ପାଇଁ ଉଦ୍ୟମ କଲେ ତାହା ଜଣାପଡିନଥିବା ବେଳେ ରାୟଗଡା ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking