ମାଲକାନଗିରି: ମାଲକାନଗିରିର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ପ୍ରବଳ ଭିଡ । ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ ଦେଖାଦେଇଛି । କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ । ଗାଡି ଟାଙ୍କି ଫୁଲ କରିବା ସହ ବ୍ୟାରେଲ ବୋହି ନେଉଛନ୍ତି ତେଲ । ତେଲର କୌଣସି ଅଭାବ ନାହିଁ କହିଲେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ । କାମ ଚାଲିଥିବାରୁ ଝାରସୁଗୁଡା ଡିପୋରୁ ମାଲକାନଗିରିକୁ ତେଲ ଆସିପାରୁନି । ବାଲେଶ୍ୱର, ପାରାଦୀପ, ଜଟଣୀରୁ ମାଲକାନଗିରିକୁ ତେଲ ପଠାଯାଉଛି । ଦୂରଗାମୀ ହେବାରୁ ତେଲ ପହଞ୍ଚିବାରେ ବିଳମ୍ବ ହେଉଛି । ଗୋଟିଏ ଦୁଇଟି ପେଟ୍ରୋଲ ପମ୍ପରେ ତେଲ ସରିଯାଇ ଥାଇପାରେ । କିନ୍ତୁ ଯୁଦ୍ଧ ପାଇଁ ଆଦୌ ତେଲ ସଙ୍କଟ ନାହିଁ , ଆଜିଠୁ ସ୍ଥିତି ସ୍ୱାଭାବିକ ହୋଇଯିବ ।










