ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭିତିରିଆ ସଲାସୁତୁରାରେ ଥିଲେ, ଲୁଚିଛି ନା ଗୋଡ ଦୁଇଟା ଦିଶୁଛି । ବାରମ୍ବାର ପରାସ୍ତ ହେଉଛନ୍ତି, ଜନତା ତାଙ୍କ ଠାରୁ ଦୂରେଇ ଯାଉଛନ୍ତି । ଭୟଭୀତ ହୋଇ ମେଣ୍ଟ କରିଛନ୍ତି, ସେମାନଙ୍କର କ୍ଷତି ହେବ । ଉଭୟ ଦଳର ଭିନ୍ନ ଆଦର୍ଶ, ଭିନ୍ନ ବିଚାରଧାରା, ଭିନ୍ନ କାର୍ଯ୍ୟଶୈଳୀ । ଆଗକୁ ସେମାନଙ୍କ ଭିତରେ ଭୟଙ୍କର ସଂଘର୍ଷ ହେବ କହିଛନ୍ତି, ପ୍ରତାପ ଷଡଙ୍ଗୀ । ନବୀନଙ୍କ ସମଦୂରତା ନୀତି ପ୍ରସ୍ନରେ କହିଲେ ଏହା ତାଙ୍କର ସାମୟିକ ଚାଲ । ସୁରକ୍ଷା ଓ ଆତ୍ମରକ୍ଷା ପାଇଁ କେତେବେଳେ କିଛି ବି କରିପାରନ୍ତି ।










