26.1 C
Bhubaneswar
Monday, March 2, 2026
Homeଓଡିଶାଝାରସୁଗୁଡା ବିମାନବନ୍ଦର ବାହାରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା ବିମାନବନ୍ଦର ବାହାରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା: ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ ୫ ଟି ଦମକଳ ନିୟୋଜିତ ହୋଇଥିବା ବେଳେ ପ୍ରାୟ ୨ ଘଣ୍ଟା ପରେ ନିଆଁ ଲିଭିଥିଲା।ସୂଚନାନୁସାରେ, ସୋମବାର ପୂର୍ବାହ୍ନରେ ବିମାନବନ୍ଦର ପରିସର ସମ୍ମୁଖରେ ଥିବା କୁଟି ଜଙ୍ଗଲ ଓ ବୁଦା ଗୁଡିକରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁ ଚାରିଆଡେ ବ୍ୟାପିବାରୁ ଭୟଙ୍କର ରୂପ ଧାରଣ କରିଥିଲା। ଏହା ସହିତ ନିଆଁ ଲାଗିଥିବା ସ୍ଥାନରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅତି ନିକଟରେ ଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ର ଡିପୋ ମଧ୍ୟ ଅଳ୍ପ ଦୂରରେ ରହିଥିଲା। ଫଳରେ ଘଟଣାସ୍ଥଳରେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ପହଞ୍ଚି ୨ଟି ଅଗ୍ନିଶମ ବିଭାଗର, ଗୋଟିଏ ବିମାନ ବନ୍ଦରର ଏବଂ ୨ ଟି ବେଦାନ୍ତ କମ୍ପାନୀର ଦମକଳ ଦ୍ୱାରା ପ୍ରାୟ ୨ ଘଣ୍ଟା ଧରି ନିଆଁ ଲିଭାଇବା ଦ୍ୱାରା ନିଆଁ ଲିଭାଇ ପାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking