26.1 C
Bhubaneswar
Monday, March 2, 2026
Homeଓଡିଶାବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ

ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ

ବଲାଙ୍ଗୀର: ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ । ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଐତିହାସିକ ସଫଳତା ମିଳିଛି । ଡିଜିପି ଯୋଗେଶ ବାହାଦୂର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ଅଛନ୍ତି । ଏହି ମାଓବାଦୀ ମାନେ ବରଗଡ- ବଲାଙ୍ଗିର- ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ । ଯାହା ଫଳରେ , ବରଗଡ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୁର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି । ସୁରକ୍ଷାବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୁର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking