28.1 C
Bhubaneswar
Saturday, February 28, 2026
Homeଓଡିଶାରୋଷ ଝାଡିଲେ ପ୍ରଭାତ ବିଶ୍ୱାଳ

ରୋଷ ଝାଡିଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ନବୀନ ନିବାସରୁ ଫେରିଲା ବେଳେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରୋଷ ଝାଡି କହିଛନ୍ତି, ଯିଏ ଦଳ ପାଇଁ କାର୍ଯ୍ୟ କରିଛି , ପ୍ରାର୍ଥୀ ହେଲେ ଭଲ ହୋଇଥାଆନ୍ତା । ଏହା ଏକ ପାଖିଆ ନିଷ୍ପତ୍ତି କହି ବର୍ଷିଲେ ପ୍ରଭାତ ବିଶ୍ୱାଳ । ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି କହିଲେ ପ୍ରଭାତ । ଦଳର ୪ ହଜାର କୋଟି ହଡପ କଥା ଉଠାଇଲେ । କହିଲେ ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ୱୀକାର କରିଛି । ସଂତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ହଙ୍ଗାମା କଲେ ପ୍ରଭାତ ବିଶ୍ୱାଳ ଓ ସୌଭିକ ବିଶ୍ୱାଳା ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି କହିଲେ, ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ । ୪ ହଜାର କୋଟି କିଏ ନେଇଛି ଆପଣମାନେ ଖୋଜନ୍ତୁ କହିଲେ । ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରିନାହି । ପାଣ୍ଡିଆନ ଓ ସୁଜାତା ଦଳପାଇଁ କରିଛନ୍ତି କହିଛନ୍ତି  ପ୍ରଭାତ ବିଶ୍ୱାଳ । ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି । ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ  ଦୂରେଇ ଯିବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking