ଭୁବନେଶ୍ୱର: ଆଜି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଏହାରି ଭିତରେ ନାଁ ଘୋଷଣା ପରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । କହିଲେ, ମୋତେ ମିଳିଥିବା ଗୁରୁ ଦାୟିତ୍ୱ ସମ୍ପାଦନ କରିବି । ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱକୁ ନମ୍ରତାର ସହ ଗ୍ରହଣ କରୁଛି । ସମସ୍ତଙ୍କ ସହଯୋଗ କରୁଛି କହିଛନ୍ତି ସଂତୃପ୍ତ । ଅନ୍ୟପଟେ ଦତ୍ତେଶ୍ୱର ହୋତା ନାଁ ଘୋଷଣା ପରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଲେ ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି ।










