32.1 C
Bhubaneswar
Friday, February 27, 2026
Homeଓଡିଶାକୂଅରେ ପଡି ହାତୀ ଛୁଆର ମୃତ୍ୟୁ

କୂଅରେ ପଡି ହାତୀ ଛୁଆର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସଦର ରେଞ୍ଜ ଅଧୀନ କାଠ ବାଉଁଶୁଳି ଗାଁରେ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ ଟିକିଆ ହାତୀପଲ ଗାଁ ପାଖରୁ ଯାଉଥିବା ବେଳେ ଅଚାନକ ଛୁଆ ଛୁଆ ହାତୀଟି ଗଭୀର କୂଅରେ ଖସିପଡିଥିଲା । କୂଅର ଗଭୀରତା ଅଧିକ ଥିବାରୁ ଛୁଆଟି ଉପରକୁ ଉଠି ପାରିନଥିଲେ । ସକାଳେ ଘଟଣା ସମ୍ବନ୍ଧରେ ଜାଣି ବନ ବିଭାଗ ଓ ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଉଦ୍ଧାର କାମ ଚଲାଇଥିଲେ । ଶେଷରେ ସିଡି ପକାଇ ହାତୀଟିକୁ ବାହାର କରାଯାଇଥିଲା । କିନ୍ତୁ ସେତେବଳେ ପର୍ଯ୍ୟନ୍ତ ତାହାର ମୃତ୍ୟୁ ହୋଇଯାଇଥିଲା । ଏପରି ଘଟଣା ପୁନର୍ବାର ହେବାରୁ ବନ ବିଭାଗ ଗାଁ ଅଞ୍ଚଳରେ ସଚେନତା ବଢାଇବା ସହିତ ଖୋଲା କୂଅ ଓ ବିଦ୍ୟୁତ ତାରକୁ ସୁରକ୍ଷିତ କରିବାକୁ ଆହ୍ୱାନ କରିଛନ୍ତି । ଜଙ୍ଗଲ କ୍ଷେତ୍ର କମିବା ଓ ମାନବ- ହାତୀ ସଂଘର୍ଷ ବଢିବା ଏପରି ଦୁଃଖଦ ଘଟଣାର ମୂଳ କାରଣ ବୋଲି ଜଣାପଡୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking