24.1 C
Bhubaneswar
Friday, February 27, 2026
Homeଦେଶ ବିଦେଶକାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିବେ । ଏହା ପ୍ରଧାନମନ୍ତ୍ରୀ କାର୍ନିଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ ହେବ । ୨୭ ଫେବୃଆରୀରେ ପ୍ରଧାନମନ୍ତ୍ରୀ କାର୍ନି ମୁମ୍ବାଇରେ ପହଞ୍ଚିବେ । ଆଗାମୀ ଦୁଇ ଦିନ ମଧ୍ୟରେ, ସେ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ତଥା ଭାରତୀୟ ଏବଂ କାନାଡାର ସିଇଓ, ଉଦ୍ୟୋଗ ଏବଂ ଆର୍ଥିକ ବିଶେଷଜ୍ଞ, ନବସୃଜନକାରୀ, ଶିକ୍ଷାବିତ୍ଙ୍କ ସହ ଭାରତରେ ଅବସ୍ଥିତ କାନାଡିଆନ୍ ପେନ୍ସନ୍ ପାଣ୍ଠି ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ କାର୍ନି ୧ ମାର୍ଚ୍ଚରେ ନୂଆଦିଲ୍ଲୀରେ ପହଞ୍ଚିବେ । ୨ ମାର୍ଚ୍ଚରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ । ଉଭୟ ନେତା କାନାନାସ୍କିସ୍ (ଜୁନ୍ ୨୦୨୫) ଏବଂ ଜୋହାନ୍ସବର୍ଗ (ନଭେମ୍ବର ୨୦୨୫) ରେ ସେମାନଙ୍କର ପୂର୍ବ ବୈଠକ ଉପରେ ଆଧାରିତ ଭାରତ-କାନାଡା ରଣନୈତିକ ସହଭାଗୀତାର ବିଭିନ୍ନ କ୍ଷେତ୍ରରେ ଏପର୍ଯ୍ୟନ୍ତ ହାସଲ ହୋଇଥିବା ପ୍ରଗତିର ସମୀକ୍ଷା କରିବେ । ସେମାନେ ବାଣିଜ୍ୟ ଏବଂ ନିବେଶ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, କୃଷି, ଶିକ୍ଷା, ଗବେଷଣା, ନବାଚାର ତଥା ଲୋକସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରିବେ ।

ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ କାର୍ନି ଅପରାହ୍ନରେ ହେବାକୁ ଥିବା ଭାରତ-କାନାଡା ସିଇଓ ଫୋରମରେ ମଧ୍ୟ ଯୋଗଦେବେ । ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ଗସ୍ତ ହେଉଛି । ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ଏକ ଗଠନମୂଳକ ଏବଂ ସନ୍ତୁଳିତ ସହଭାଗୀତାକୁ ଅନୁସରଣ କରିବାକୁ ସହମତ ହୋଇଛନ୍ତି, ଯାହା ପାରସ୍ପରିକ ଚିନ୍ତା ଏବଂ ସମ୍ବେଦନଶୀଳତା ପ୍ରତି ପାରସ୍ପରିକ ସମ୍ମାନ, ଦୃଢ଼ ଲୋକସମ୍ପର୍କ ଏବଂ ବର୍ଦ୍ଧିତ ଆର୍ଥିକ ପରିପୂରକତା ଉପରେ ଆଧାରିତ ହେବ । ନେତାମାନଙ୍କ ମଧ୍ୟରେ ଆଗାମୀ ବୈଠକ ଭାରତ ଏବଂ କାନାଡା ମଧ୍ୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ସହଭାଗୀତା ସ୍ଥାପନରେ ସକାରାତ୍ମାକ ଗତି ଏବଂ ସମାନ ଦୃଷ୍ଟିକୋଣକୁ ପୁନଃନିର୍ଦ୍ଦିଷ୍ଟ କରିବାର ସୁଯୋଗ ପ୍ରଦାନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking