33.1 C
Bhubaneswar
Thursday, February 26, 2026
Homeଓଡିଶାବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ

ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ

କଟ: ପରଲୋକରେ ପଦ୍ମଶ୍ରୀ ଡକ୍ଟର ଉତ୍ସବ ଚରଣ ଦାସ । 80 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଘୋଡ଼ା ନାଚ ଶୀଳ୍ପୀ ଭାବେ ଭାରତ ସରକାରଙ୍କ ଦ୍ଵାରା ୨୦୨୧ ମସିହାରେରେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ । ଓଡ଼ିଶାର ପ୍ରାଚୀନ କଳା ଘୋଡ଼ାନାଚକୁ ରାଜ୍ୟ ଏବଂ ଦେଶ ବିଦେଶରେ ପରିବେଷଣ କରୁଥିଲେ ଉତ୍ସବ ଚରଣ ଦାସ । ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ଆଜି ସକାଳ ୫ ଟାରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଉତ୍ସବ ଚରଣ ଦାସ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଶିଳ୍ପୀ ଥିଲେ, ଯିଏ ଘୋଡା ନାଚାକୁ ରାଜ୍ୟ ସୀମା ପରିକ୍ରମା କରାଇ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରିଥିଲେ। ତାଙ୍କର ଅବିରତ ପ୍ରୟାସ ଓ ସମର୍ପଣ ଏହି ପାରମ୍ପରିକ କଳାକୁ ନୂତନ ମାନ୍ୟତା ଦେଇଥିଲା। ୨୦୨୦ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ଅଭିଭୂଷିତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking