31.1 C
Bhubaneswar
Tuesday, February 24, 2026
Homeଓଡିଶାଗଣତି ମଣତି ପାଇଁ ୨ଟି ଟିମ: ମୁଖ୍ୟ ପ୍ରଶାସକ

ଗଣତି ମଣତି ପାଇଁ ୨ଟି ଟିମ: ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆମର ହସ୍ତଗତ ହୋଇଛି । ୧୪ ପୃଷ୍ଠାର ଏକ ବିସ୍ତୃତ ଏସଓପି ଆମର ହସ୍ତଗତ ହୋଇଛି । ଗଣତି ମଣତି ପାଇଁ ୨ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଛି ।ଦୁଇଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ କରିବେ । ତତ୍ୱାବଧାରକ ଟିମ ଓ କାର୍ଯ୍ୟବାହୀ ଟିମ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ । ଆଜିଠୁ ନୀଳାଦ୍ରି ବିଜେ ମଧ୍ୟରେ ଆମ ପାଖରେ ୧୩୫ ଦିନ ରହିଛି । ମାତ୍ର ଏହି ୧୩୫ ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇ ପାରିବନି। ନୀଳାଦ୍ରିବିଜେ ଭିତରେ ଗଣତି ମଣତି ପାଇଁ ଆମକୁ କେବଳ ୨୪ ଦିନ ମିଳିବ । ଗଣତି ମଣତିରେ ଏସବିଆଇ ପ୍ୟାନେଲଭୁକ୍ତ ୬ ବଣିଆଙ୍କୁ ସାମିଲ କରାଯିବ । ଜଣେ ଜେମୋଲୋଜିଷ୍ଟ ଓ ଆରବିଆଇର ୨ ଜଣ ଅଧିକାରୀ ମଧ୍ୟ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking