ଭୁବନେଶ୍ବର: ରାଜଧାନୀର ଲୋୟର ପିଏମଜିରେ ବିଜେଡିର ଗର୍ଜନ । ଚାଷୀ ସମସ୍ୟା ନେଇ ଦଳର ବଡ଼ ସମାବେଶ । ଚାଷୀ, ଆଇନ ଶୃଙ୍ଖଳା ଭଳି ସଂଗୀନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର ନା କାଟିଥିବା ବିଜେଡି ଅଭିଯୋଗ କରିଛି। ଏସବୁର ପ୍ରତିବାଦରେ ଆଜି ବିରାଟ ସମାବେଶ କରୁଛି ବିଜେଡି।










