30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୭ ମୃତ

ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୭ ମୃତ

ନୂଆଦିଲ୍ଲୀ: ରାଞ୍ଚିରୁ ଦିଲ୍ଲୀ ଯିବା ବେଳେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ୭ ଜଣ ଯାତ୍ରୀ ମୃତ । ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ବାହାରିଥିଲା ଏୟାର ଆମ୍ବୁଲାନ୍ସ । ଛତ୍ର ଜିଲ୍ଲାର ସିମାରିଆ ଥାନା ଅଞ୍ଚଳ ଅନ୍ତର୍ଗତ କର୍ମାତାଣ୍ଡ ଗାଁ ନିକଟରେ ଘନ ଜଙ୍ଗଲରେ ଏୟାର ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ରାଞ୍ଚି ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବା ପରେ ରାସ୍ତାରେ ରାଡାର ସହ ସମ୍ପର୍କ ହରାଇଥିଲା ।ଏହାର ଅନୁସନ୍ଧାନ ବେଳେ ଏୟାର ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଘଟଣାସ୍ଥଳରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାର ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking