30.1 C
Bhubaneswar
Tuesday, February 24, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନ । ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଧ୍ୟଭାଗରେ ନାରାବାଜି କରି ପ୍ରତିବାଦ କରିଛନ୍ତି ବିରୋଧୀ । ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି । ପ୍ରଶ୍ନାକାଳ ଆରମ୍ଭରୁ ହିଁ ଗୃହରେ ହୋହଲ୍ଲା , ହଟ୍ଟଗୋଳ କରିଥିବା ନେଇ ଚାଲିପାରିନଥିଲା ଗୃହ । ଗୃହରେ ଅଚଳା ଅବସ୍ଥା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ଏଭଳି ହଟ୍ଟଗୋଳ ଜାରି ରହିଥିବାରୁ ବାଚସ୍ପତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଏହା ପରେ ଗୃହ ସ୍ୱାଭାବିକ ରହିବ ନା ଅଚଳ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking