27.1 C
Bhubaneswar
Tuesday, February 24, 2026
Homeଓଡିଶାପ୍ଳାଷ୍ଟିକ୍ ମୁକ୍ତ ସମାଜ ଉଦ୍ଦେଶ୍ୟରେ ସୋଆ କୃଷି ମହାବିଦ୍ୟାଳୟର ପକ୍ଷରୁ କର୍ମଶାଳା ଆୟୋଜିତ

ପ୍ଳାଷ୍ଟିକ୍ ମୁକ୍ତ ସମାଜ ଉଦ୍ଦେଶ୍ୟରେ ସୋଆ କୃଷି ମହାବିଦ୍ୟାଳୟର ପକ୍ଷରୁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ଜାତୀୟ ସେବା ସଂସ୍ଥା ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗତ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଶ୍ୟାମପୁର ଗ୍ରାମର ଓଁ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସୋଆ କୃଷିମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରୋଗ୍ରାମ କୋଅର୍ଡିନେଟର ପ୍ରଫେସର କମଳ ଲୋଚନ ମହନ୍ତ ଓ ବରିଷ୍ଠ ଏନ୍‌.ଏସ୍‌.ଏସ୍ ପ୍ରୋଗ୍ରାମ ଅପିସର ଡ. ସରୋଜ କୁମାର ମହାନ୍ତି କର୍ମଶାଳାକୁ ଉଦ୍‌ଘାଟନ କରି ବର୍ତମାନ ସମୟରେ ପ୍ଳାଷ୍ଟିକର ବହୁଳ ବ୍ୟବହାର ଓ ସମାଜ ପ୍ରତି ଏହାର କୁପ୍ରଭାବ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ସକ୍ରିୟ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ସେମାନଙ୍କ ଦ୍ୱାରା ମନ୍ଦିର ପ୍ରାଙ୍ଗଣ ଓ ଗ୍ରାମର ବିଭିନ୍ନ ଅଳିଆ ସ୍ଥାନଗୁଡିକୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କର୍ମଶାଳାରେ ଶ୍ୟାମପୁରର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ଏନ୍‌.ଏସ୍‌,ଏସ୍ ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ମନରେ ପ୍ଳାଷ୍ଟିକ ଦ୍ରବ୍ୟର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ମାନସ ଦାସଙ୍କ ରଚିତ ପଥପ୍ରାନ୍ତ ନାଟକ “ ଆଜିର ପ୍ଳାଷ୍ଟିକ କାଲିର ବିପଦ’ ଗ୍ରାମର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଥିଲା। ଏହି ନାଟକ ମାଧ୍ୟମରେ ପ୍ଳାଷ୍ଟିକ ଦ୍ରବ୍ୟର ବ୍ୟବହାର ଓ ଭବିଷ୍ୟତ ପାଇଁ ଆମ ସମାଜ ଉପରେ ଏହାର କୁପ୍ରଭାବ ସଂପର୍କରେ ଗ୍ରାମବାସୀମାନଙ୍କୁ ଅବଗତ କରାଯାଇଥିଲା। ତାପରେ ଗ୍ରାମବାସୀଙ୍କ ସହ ଏକ ସମୂହ ସଂକଳ୍ପ କରିଥିଲେ। ପରେ ପରେ ସେବକ/ ସେବିକାମାନେ ପ୍ଳାଷ୍ଟିକ ମୁକ୍ତ ସମାଜର ସ୍ଳୋଗାନ ସହିତ ପଦଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ। ଶ୍ୟାମପୁର ଗ୍ରାମରେ ଆୟୋଜିତ ହୋଇଥିବା ଏହି କର୍ମଶାଳାଟିକୁ ସିଦ୍ଧେଶ୍ୱର ମନ୍ଦିର କମିଟିର ସଭାପତି ଶ୍ରୀଯୁକ୍ତ ହିରଣ୍ୟ ବେହେରା, ସଭ୍ୟ ଶ୍ରୀଯୁକ୍ତ ନିଶିକାନ୍ତ ବେହେରା ଓ କମିଟିର ସମସ୍ତ ସଭ୍ୟମାନେ ସହଯୋଗ କରିଥିବାବେଳେ ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ପ୍ରୋଗ୍ରାମ ଅଫିସର ଡଃ, ସତ୍ୟ ନାରାୟଣ ଶତପଥୀ, ଡକ୍ଟର ମୁକେଶ କୁମାର ପାତ୍ର. ଡକ୍ଟର ଶ୍ୱେତା ରଥ ଓ ଡକ୍ଟର ନେହା ପ୍ରଧାନ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking