33.1 C
Bhubaneswar
Sunday, February 22, 2026
Homeଓଡିଶାଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଇ.ଓ. ସମ୍ମିଳନୀରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଯେଉଁଭଳି ଭାବରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହା ଦେଶର କୋଟି କୋଟି ବେକାର ଯୁବକ ଯୁବତୀମାନଙ୍କର ଆକ୍ରୋଶର ପ୍ରତିଫଳନ ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର । ଆଜି ସଂନ୍ଧ୍ୟାରେ କଂଗ୍ରେସ ଭବନରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ରାଲି କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମୀତ ଶାହାଙ୍କର କୁଶପୁତ୍ତଳିକା ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଦାହ କରାଯାଇଥିଲା । ଏହି ବିକ୍ଷୋଭ ସମୟରେ ଶ୍ରୀ ପାତ୍ର ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ଇ.ଓ. ସମ୍ମିଳନୀ ଚାଲିଥିବା ସମୟରେ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଯେଉଁଭଳି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ତାହା ସଂପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ଥିଲା । କିନ୍ତୁ ଦିଲ୍ଲୀ ପୁଲିସ ବିଜେପି ସରକାରର ଗୁଣ୍ଡା ସାଜି ଯେଉଁଭଳି ଭାବେ ଯୁବ କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଗିରଫ କଲା ଏହା ସଂପୂର୍ଣ୍ଣ ନିନ୍ଦନୀୟ । ଗଣତନ୍ତ୍ର ରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ କଂଗ୍ରେସ ଭାରତ ବର୍ଷର ଯୁବକ ମାନଙ୍କର ହକ୍ ପାଇଁ ଲଢ଼ିଆସୁଛି କେନ୍ଦ୍ରରେ ଥିବା ବିଜେପି ସରକାର ବିରୁଦ୍ଧରେ । ଦେଶର କୃଷକମାନଙ୍କର ଅଧିକାର ଛଡେଇ ନିଆଯାଉଥିବାବେଳେ ଭାରତ ବର୍ଷର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଭାରତ ବିରୋଦ୍ଧ ବିଲ୍‌କୁ ମୋଦୀ ସରକାର ପ୍ରୋତ୍ସାହନ ଦେଇଆସୁଛନ୍ତି । ଯୁବକ ମାନଙ୍କୁ ରୋଜଗାର ଦେବା ପ୍ରତିବଦଳରେ ଘୃଣାର ରାଜନୀତିରେ ସେମାନଙ୍କୁ ବିଜେପି ସରକାର ଜଡିତ କରି ଦେଶର ଭାଇଚାରାରେ ବିପଦ ସୃଷ୍ଟି କରୁଅଛି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ମିଛ କହି ପ୍ରତାରଣା କରିଆସୁଛନ୍ତି । ଏପଷ୍ଟିନ୍ ଫାଇଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଆସିବା ପରେ ସଂସଦରେ ଆଲୋଚନା ପାଇଁ ଦେଶ ପାଇଁ ଲଜ୍ୟାକର ଘଟଣା । ସାରା ଦେଶବାସୀ ଜାଣିଗଲାଣି ଏ ପ୍ରଧାନମନ୍ତ୍ରୀ ହେଉଛନ୍ତି ସାଲିସ୍ ଏବଂ ପୁଞ୍ଜିପତିମାନଙ୍କ ପ୍ରଧାନମନ୍ତ୍ରୀ । ଦେଶବାସୀ କେବେ ବି ଆଉ ଚୁପ୍ ବସିବେ ନାହିଁ । ଯୁବ କଂଗ୍ରେସର ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ ଦେଶ ବିରୋଧି ନୁହେଁ ବରଂ ଗଣତନ୍ତ୍ର ପ୍ରତି ଏହା ପ୍ରତିବଦ୍ଧତାର ପ୍ରମାଣ । ଦେଶର ଯୁବକ ଯୁବତୀ ଓ କୃଷକ ମାନଙ୍କର ସ୍ୱାର୍ଥରେ ଅଂଚ ଆସିବା ପାଇଁ ଯୁବ କଂଗ୍ରେସ କେବେ ଦେବ ନାହିଁ । ଏଥିପାଇଁ ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳ ଦେଶବାସୀଙ୍କର ନ୍ୟାର୍ଯ୍ୟ ହକ୍ ପାଇଁ ବିଜେପି ସରକାର ବିରୁଦ୍ଧରେ ଲଢ଼େଇ କରିଆସୁଥିଲା, କରୁଛି ଏବଂ ଦେଶବାସୀ ତାଙ୍କର ନ୍ୟାର୍ଯ୍ୟ ହକ୍ ପାଇବା ପର୍ଯ୍ୟନ୍ତ ଲଢ଼େଇ ଚାଲୁ ରଖିବ । କଂଗ୍ରେସ ଦଳ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷିରେ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମୀତ ଶାହାଙ୍କର କୁଶ ପୁତ୍ତଳିକା ଦାହ କରାଯାଇ ପ୍ରତିବାଦ କରିବା ପରେ ଶତାଧିକ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହେବା ସହ ପୁଲିସ ଯୁବ କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଗିରଫ କରି ନେଇଥିଲା । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ଜାଭେଦ ଅଖତର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲ୍‌ଫାମ୍‌, ବଳରାମ ନନ୍ଦ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ, ଆଶିଷ କୁମାର ମହନ୍ତ, ସ୍ପନ୍ଦନ ସ୍ୱାଇଁ, ସରୋଜ ବାରିକ ଓ ପ୍ରଶାନ୍ତ ରାଉତଙ୍କ ସହ ଶତାଧିକ ଯୁବ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking