26.1 C
Bhubaneswar
Thursday, February 19, 2026
Homeଦେଶ ବିଦେଶମାଗଣା ବଣ୍ଟନକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ମାଗଣା ବଣ୍ଟନକୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡା ସମାଲୋଚନା କଲେ ସୁପ୍ରିମ କୋର୍ଟ । ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିକୋର୍ଟ ଭର୍ତ୍ସନା କରିଛନ୍ତି । ଏହାର ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଫ୍ରିବିଜ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ …ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ । ଏହି ନୀତି ଲୋକଙ୍କ ଜୀବନ ଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ । ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ । ରାଜ୍ୟଗୁଡିକ କ୍ଷତିରେ ଚାଲୁଛନ୍ତି କିନ୍ତୁ କଥାପି ମାଗଣା ବଣ୍ଟନ କରୁଛନ୍ତି । ସଂସଗୃହୀତ ଆୟର ୨୫ % କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି । କୋର୍ଟ ରାଜ୍ୟଗୁଡ଼ିକୁ ତାଗିଦ କରି କହିଛନ୍ତି, “ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଏହାକୁ ଭିତ୍ତିଭୂମି, ହସ୍ପିଟାଲ, ସ୍କୁଲ ଏବଂ କଲେଜ ବିକାଶରେ କାହିଁକି ବିନିଯୋଗ କରୁନାହାନ୍ତି ? ନିର୍ବାଚନ ସମୟରେ ସାମଗ୍ରୀ ବଣ୍ଟନ କରିବା ପରିବର୍ତ୍ତେ, ରାଜ୍ୟଗୁଡ଼ିକ ସେମାନଙ୍କର ନୀତିଗୁଡ଼ିକର ସମୀକ୍ଷା କରିବା ଉଚିତ। ଅଧିକାଂଶ ରାଜ୍ୟ ରାଜସ୍ୱ ନିଅଣ୍ଟରେ ଅଛନ୍ତି, ତଥାପି ଏହି ନୀତିଗୁଡ଼ିକ ସେମାନଙ୍କୁ ଖର୍ଚ୍ଚ କରିବାକୁ ବାଧ୍ୟ କରେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking