ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । କହିଛନ୍ତି, ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି । ୧୧ ଥର ଯୁଗ୍ମ ବୈଷୟିକ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।










