ମୟୁରଭଞ୍ଜ: ମୟୁରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ଭୁବୁନେଶ୍ୱର – ଗୋପାଳପୁର, ଭୁବନେଶ୍ୱର- ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଯୋଗାଇ ଦିଆଯିବ । ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’ ମନୋନୀତ କରାଯାଇଛି ।










