ଭୁବନେଶ୍ୱର: ବଜେଟ ଆସିବା ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ୨୦୨୫-୨୬ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ରହିଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡିଶାରେ ଅଭିବୃଦ୍ଧି ହାର ୯.୨% ପ୍ରତିଶତ ରହିଛି । ୯.୨% ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧, ୮୬, ୭୬୧ ଟଙ୍କା ରହିଛି । ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ଅଟେ । ଜାତୀୟ ଅବଦାନ ୧୬.୮% ଥିବା ବେଳେ ରାଜ୍ୟର ଅବଦାନ ୧୯.୬% ରହିଛି । ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବା ବେଳେ ଓଡିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି । ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ । ଜାତୀୟ ହାର ୭.୪ ରହିଥିବା ବେଳେ ଓଡିଶାର ହାର ୭.୯% ଆକଳନ କରାଯାଇଛି । ୫%ରୁ ବୃଦ୍ଧି ପାଇ ପୁଞ୍ଜି ବ୍ୟୟବରାଦ ୬.୬% ପହଞ୍ଚିବା ନେଇ ଟାର୍ଗେଟ କରାଯାଇଛି । ଓଡିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬% ରହିବା ନେଇ ଆକଳନ କରାଯାଇଛି ।









