22.1 C
Bhubaneswar
Wednesday, February 18, 2026
Homeଓଡିଶାଟ୍ୟାଙ୍କର ପଛରେ ପିଟି ହେଲା ବାଇକ୍‌, ୩ ମୃତ

ଟ୍ୟାଙ୍କର ପଛରେ ପିଟି ହେଲା ବାଇକ୍‌, ୩ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଥାନା ମଶୁରିପଦର ଛକ ନଟରାଜ ପେଟ୍ରଲ୍ ପମ୍ପ୍ ନିକଟରେ ସୋମବାର ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କର୍‌କୁ ପଛରୁ ଧକ୍କାଦେବା ଫଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକମାନେ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁର ନରେନ୍ଦ୍ର ଝଡ଼ିଆ (୨୫), ଉମାକାନ୍ତ ଝଡ଼ିଆ (୧୪) ଓ ଟୁନୁ ଝଡ଼ିଆ (୨୩)। ଏହି ତିନିଜଣ କୌଣସି କାମରେ ବାଇକ୍‌ରେ ଟିକିରି ପଟୁ ଗୋରଖପୁର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ୟାଙ୍କର୍‌କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଘଟିବା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଟିକିରି ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ଉଷାପଡ଼ାସ୍ଥିତ ଉତ୍କଳ ହସ୍‌ପିଟାଲ୍‌କୁ ପଠାଇଥିଲା। ସେଠାରେ ନରେନ୍ଦ୍ର ଝଡ଼ିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାୟଗଡ଼ା ଯିବା ବାଟରେ ଟୁନୁ ଝଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉମାକାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଦାବିରେ ଲୋକେ ରାସ୍ତା ରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking