29.1 C
Bhubaneswar
Tuesday, February 17, 2026
Homeଓଡିଶାରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ସମ୍ବଲପୁର/ଭୁବନେଶ୍ୱର: ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ ଖବରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡାକ୍ତର ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ସମ୍ବଲପୁରର ଘରେ ଘରେ ସୁପରିଚିତ ଥିଲେ । ଜଣେ ଦକ୍ଷ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ସେବା କରି ସେ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର ବିଧାୟିକା ଭାବେ କାର୍ଯ୍ୟ କରିବା ସମୟରେ ସେ ଅଞ୍ଚଳର ବିକାଶ ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ବିଶେଷ କରି ଶିକ୍ଷା ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବିୟୋଗ ଓଡ଼ିଶାର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking