26.1 C
Bhubaneswar
Monday, September 14, 2026
Homeଓଡିଶାଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଏବଂ ମହମ୍ମଦ ହନିଫ ମେମୋରିଆଲ ଉର୍ଦ୍ଦୁ ଲାଇବ୍ରେରିର ମିଳିତ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଶହିଦ ସ୍ମୃତି ଭବନ ଠାରେ ଫେବୃଆରୀ ୧୪ ତାରିଖରେ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଶିଷ୍ଟ ଉର୍ଦ୍ଦୁ କବିମାନେ ଯୋଗଦେଇ କବିତା ପାଠ କରିଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଉପ-ସଭାପତି ଜନାବ ନଫିସ ମଞ୍ଜର ହସନ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଲୋକପାତ କରିବା ସହ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଯୁବ ସାହିତ୍ୟିକମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରୁଛି ବୋଲି ମତପ୍ରକାଶ କରିଥିଲେ। ସୁସାହିତ୍ୟିକ ଓ ସ୍ତମ୍ଭକାର ଶ୍ରୀ ଅଭୟ ଦ୍ବିବେଦୀ, ବିଶିଷ୍ଟ ଉର୍ଦ୍ଦୁ କବି ଜନାବ ସମନ ନସିମି, ଉର୍ଦ୍ଦୁ ସାହିତ୍ୟିକ ଏବଂ କବି ଜନାବ ଖାୱର ନକିବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking