30.1 C
Bhubaneswar
Monday, February 16, 2026
Homeଓଡିଶାସର୍ବଦଳୀୟ ବୈଠକ ଆରମ୍ଭ

ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ୱର:ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଆସନ୍ତାକାଲି ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବିଧାନସଭା ପରିସରରେ ବାଚସ୍ପତି ସୁରମାପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ଅଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ଦଳଙ୍କ ସହଯୋଗ ଲୋଡିଛନ୍ତି । ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୦ ତାରିଖରେ ୨୦୨୬- ୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking