23.1 C
Bhubaneswar
Sunday, February 15, 2026
Homeଓଡିଶାଛୁଟିରେ ଯାଇ ଯୁବକ ନିଖୋଜ

ଛୁଟିରେ ଯାଇ ଯୁବକ ନିଖୋଜ

ପାରାଦୀପ: ଦୀର୍ଘଦିନ ହେବ ପାରାଦୀପ ପୋର୍ଟରେ ଚେନ୍ନାଇ ରାଧା କମ୍ପାନୀରେ କାମ କରୁଥିବା ଆସ୍କା ଗଞ୍ଜାମ ଜିଲ୍ଲାର ମନୋଜ ମହାରଣା (୩୫) ପିତା ତ୍ରିନାଥ ମହାରଣାଙ୍କ ପୁଅ ଫେବୃଆରୀ ୨ରେ ଛୁଟିରେ ଯାଇ ନିଖୋଜ ହୋଇଛନ୍ତି। ତାଙ୍କ ପରିବାର ଲୋକ ଖୋଜା ଖୋଜି କରି ନିରାଶ ହୋଇ ଆଇନ୍‌ର ଆଶ୍ରୟ ନେଇଛନ୍ତି। ବାପା ତ୍ରିନାଥ ଆସ୍କା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆସ୍କା ଥାନା ପାରାଦୀପରେ ଅଭିଯୋଗ କରବାକୁ କହିଥିଲେ। ବାପା ତ୍ରିନାଥ ତାଙ୍କ ପରିବାର ନିରାଶ ହୋଇ ପାରାଦୀପ ଆସି ଆଦର୍ଶ ଥାନାରେ ଅଭିଯୋଗ କରି ଥିଲେ ବି ଥାନା ଅଧିକାରୀ ଏହାକୁ ଗୁରୁତ୍ୱ ନଦେଇ ତାଙ୍କୁ ପୁଣି ଆସ୍କା ଥାନାକୁ ରେଫର୍ କରି ବାପା ତ୍ରିନାଥଙ୍କୁ ଆସ୍କା ଥାନାକୁ ଯିବା ପାଇଁ କହିଥିଲେ। ଏଠି ପ୍ରଶ୍ନ ଉଠେ ଯେ ପାରାଦୀପରେ କାର୍ଯ୍ୟରତ ମନୋଜ ଗତ ଦୁଇ ତାରିଖ ନିଖୋଜ ହୋଇଥିଲେ। ଆଦର୍ଶ ଥାନା ଅଧିକାରୀ ଚାହିଁଥିଲେ ତାଙ୍କ ଫୋନ୍‌କୁ ଟ୍ରାକିଂ କରିପାରି ଥାନ୍ତେ। ତାହା ନକରି ବା ଅଭିଯୋଗକୁ ଗୁରୁତ୍ୱ ନଦେଇ ଆସ୍କା ପଠେଇ ଦେଲେ। ଏହାଦ୍ୱାରା ସାଧାରଣ ଲୋକ ପୁଲିସ୍ ଉପରୁ ଭାରସା ଉଠି ଯାଉଛି ବୋଲି ବାପା ତ୍ରିନାଥ ଗଣମାଧ୍ୟମ ଜରିଆରେ ନିଜର ଉଦବେଗ ପ୍ରକାଶ କରିଛନ୍ତି। ସେମିତି ଏହା ପୂର୍ବରୁ ପାରାଦୀପ ନୂଆବଜାରର ଆଲୋକ ରଞ୍ଜନ ଜେନାଙ୍କୁ ସ୍କୁଟି ଚୋରି ହୋଇଥିଲା। କିନ୍ତୁ ଆଦର୍ଶ ଥାନା ପୁଲିସ୍ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। ଯାହାକି ସ୍କୁଟି ମାଲିକ ଆଲୋକ ନିଜ ସଙ୍ଗ ସାଥୀଙ୍କ ସହଯୋଗରେ ଚୋରକୁ ଧରିବାରେ ସଫଳ ହୋଇ ସବୁ ତଥ୍ୟ ସିସିଟିଭି ଫୁଟେଜ ସଂଗ୍ରହ କରି ଚୋରି କରିଥିବା ଯୁବକକୁ ଧରି ଆଦର୍ଶ ଥାନାକୁ ଆଣିଥିଲେ। କିନ୍ତୁ ପାରାଦୀପ ଥାନା ଅଧିକାରୀ ସେଇ ଯୁବକମାନଙ୍କୁ ପଚାର ଉଚରା କରି ଛାଡ଼ି ଦେଇଥିଲେ। ସବୁ ପ୍ରମାଣ ଥାଇ ବି ଥାନା ଅଧିକାରୀ ତାଙ୍କ ଫୋନକୁ ଟ୍ରାକ୍ ନକରି ବାସାଧାରଣରେ ଗାଡି ମାଲିକ ଓ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking