29.1 C
Bhubaneswar
Sunday, February 15, 2026
Homeଅପରାଧକାର୍‌ରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଯୁବକ: ଶେଷରେ ହେଲା ଏମିତି..

କାର୍‌ରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଯୁବକ: ଶେଷରେ ହେଲା ଏମିତି..

ଭୋପାଳ: ଭୋପାଳରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ସହ ବ୍ଲାକ୍‌ମେଲ୍ କରାଯାଇଛି। ବଳାତ୍କାର ସମୟର ଭିଡିଓ ଶୁଟିଂ କରି ତାଙ୍କ ଠାରୁ ଟଙ୍କା ଦାବି କରାଯିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଥିଲା। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ପୀଡ଼ିତା ଛାତ୍ରୀ ଜଣଙ୍କ ଭୋପାଳର ଶାହାପୁରା ଅଞ୍ଚଳରେ ଏକ ପ୍ରତିଷ୍ଠିତ ସ୍କୁଲରେ ପଢୁଥିଲେ। ଅଉସଫ୍ ଅଲ୍ଲୀ ଖାନ୍ ନାମକ ଯୁବକଙ୍କ ସହ ପରିଚିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ବେଳେ ଅଉସଫ୍ ଛାତ୍ରୀଙ୍କୁ ବାହାରକୁ ବୁଲିଯିବାକୁ କହିଥିଲେ। ବୁଲିବା ନାମରେ ଅଉସଫ୍ ଛାତ୍ରୀଙ୍କୁ ଖାନୁଗାଓଁ ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ କାର୍‌ରେ ବଳାତ୍କାର କରିଥିଲେ। ବଳାତ୍କାର ବେଳେ ମାଜ୍ ଖାନ୍ କାର୍ ବାହାରେ ଥାଇ ଏହାର ଭିଡିଓ ରେକର୍ଡ କରିଥିଲେ।

ସେମାନେ ଛାତ୍ରୀଙ୍କୁ ଏହି ଭିଡିଓ ଦେଖାଇ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଛାତ୍ରୀ ୪୦ ହଜାର ଯୋଗାଡ଼ କରଥିଲେ ହେଁ ଏହି ଦୁଇ ଜଣ ଅଧିକ ଟଙ୍କା ଦାବି କରି ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଅଉସଫ୍ ଏବଂ ମାଜ୍ ଛାତ୍ରୀଙ୍କ ଅନ୍ୟ ସାଙ୍ଗମାନଙ୍କୁ ଫୋନ କରି ଛାତ୍ରୀଙ୍କୁ ଇସଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ଛାତ୍ରୀ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଥାନାରେ ଏତଲା ଦିଆଯିବା ପରେ ପୋଲିସ ଅଉସଫ୍ ଏବଂ ମାଜ୍ ଖାନଙ୍କୁ ଗିରଫ କରିଛି। ଏହି ଛାତ୍ରୀଙ୍କ ବ୍ୟତୀତ ଅଉସଫ୍ ପୂର୍ବରୁ ଅନ୍ୟ କୌଣସି ମହିଳାଙ୍କୁ ଟାର୍ଗେଟ କରିଥିଲେ କି ନାହିଁ ସେ ସମ୍ପର୍କରେ ତଦନ୍ତ କରିବାକୁ ଏସ୍‌ଆଇଟି ଗଠନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking