23.1 C
Bhubaneswar
Saturday, February 14, 2026
Homeଓଡିଶାଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ଶିଳ୍ପମନ୍ତ୍ରୀ

ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କଲେ ଶିଳ୍ପମନ୍ତ୍ରୀ

ପାରାଦୀପ : ପାରାଦୀପ ପୌରପାଳିକାର ବିଭିନ୍ନ ୱାର୍ଡ ରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦ୍‌ଘାଟନ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସର୍ବପ୍ରଥମେ ପାରାଦୀପ ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ବଡ଼ପଡ଼ିଆ ବଜାର ଠାରେ ରହିଥିବା ଦୁର୍ଗାମଣ୍ଡପ ଠାରେ ମା’ ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ନିକଟରେ ନୂତନ କରି ନିର୍ମାଣ ହୋଇଥିବା କମ୍ୟୁନିଟି ସେଣ୍ଟର୍ ଏବଂ ଗୋଷ୍ଠୀ ଶୌଚାଳୟର ଉଦ୍‌ଘାଟନ କରିବା ସହ ମା’ ଦୁର୍ଗାଙ୍କ ମନ୍ଦିର ପରିସରରେ ବିଶୁଦ୍ଧ ଥଣ୍ଡା ପାନୀୟଜଳ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଏବଂ ଆଗକୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପର ଆଶଙ୍କା ଥିବାରୁ ପଥଚାରୀ ତଥା ଜନସାଧାରଣଙ୍କୁ ନିରନ୍ତର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ନିମନ୍ତେ ଏହା ସହାୟକ ହେବ। ଗୋଷ୍ଠୀ ଶୌଚାଳୟ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ। ସେହିପରି ପାରାଦୀପ ପୌରପାଳିକା ଅନ୍ତର୍ଗତ ଷଣ୍ଢକୁଦ ଠାରେ ୧୭, ୧୮ ଓ ୧୯ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ସହଜ ଓ ସୁଗମ ହୋଇପାରିବ। ଏହାଦ୍ୱାରା ଗ୍ରାମୀଣ ସଡ଼କ ଭିତ୍ତିଭୂମି ସୁଦୃଢ ହେବା ସହିତ ପାରାଦୀପ ଉପକଣ୍ଠରେ ରହିଥିବା ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ସହିତ ଅନେକ ଗାଁ’ ତଥା ପଞ୍ଚାୟତର ବିକାଶରେ ଏହି ରାସ୍ତା ସହାୟକ ହେବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହିତ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌରନିର୍ବାହୀ ଅଧିକାରୀ, ଅଭିଷେକ ପଣ୍ଡା, ମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ପାରାଦୀପ ନଗର ବିଜେପି ସଭାପତି ସୁବ୍ରତ ପ୍ରଧାନଙ୍କ ସହିତ ବିଭିନ୍ନ ୱାର୍ଡର ପାରିଷଦ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଶିଳ୍ପମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking