କଟକ: ହୁତୁହୁତୁ ହୋଇ ଜଳୁଛି କବାଡିଆ ଗୋଦାମ । ନିମାପଡା ଦେଉଳି ସାହି କବାଡିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଟିମର ଉଦ୍ୟମ ଚଳାଇଛି । ଅଧିକାଂଶ ଦହନଶୀଳ ସାମଗ୍ରୀ ଗୋଦାମରେ ରହିଥାଏ, ସେହି କାରଣରୁ ନିଆଁ ଲାଗି ଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । ନିଆଁ ଏତେ ଜୋର ବ୍ୟାପିଥିଲା ଯେ, ସବୁ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଗୋଦାମରେ ଥିବା କର୍ମଚାରୀ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ । ପରିବେଶ ସମ୍ପୁର୍ଣ୍ଣ ଧୂଆଁମୟ ହୋଇଯାଇଥିଲା । ଏଭଳି ଅଗ୍ନିକାଣ୍ଡକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିଶେଷ କଥା ହେଉଛି, ବଡ ଧରଣର ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଏଡାଇ ଦେଇଛନ୍ତି ।










